spot_img

ବାଲି ମାଫିଆଙ୍କ ଆକ୍ରମଣର ଶିକାର ହେଲେ ଅତିରିକ୍ତ ତହସିଲଦାର

କରଞ୍ଜିଆ: ବୈତରଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉ ଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ରରୁଆଁ ଅତିରିକ୍ତ ତହସିଲଦାର ବିରସେନ ବେହେରା ଏବଂ ଅମିନ ପ୍ରଭାତ ବେହେରା ସେନେଇ ଘାଗରବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି

ଗତକାଲି ଦିନରେ ଅତିରିକ୍ତ ତହସିଲଦାର ଏବଂ ଅମିନ ରରୁଆଁ ତହସିଲ ଅନ୍ତର୍ଗତ ସଗଡ଼ା ଗ୍ରାମ ନିକଟ ବୈତରଣୀ ନଦୀରେ ବାଲି ବେଆଇନ ଭାବେ ଚାଲିଥିବା ଖବର ପାଇ ଥିଲେ। ଖବର ପାଇ ଚଢ଼ାଉ କରିବାକୁ ଯାଇ  ବାଲି ମାଫିଆଙ୍କ ଆକ୍ରମଣ ଶିକାର ହୋଇଥିବା କହିଛନ୍ତି ଅତିରିକ୍ତ ତହସିଲଦାର ଘଟଣାସ୍ଥଳରୁ କୌଣସି ମତେ ବାହାରି ଘାଗରବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କରଞ୍ଜିଆ ଉପଖଣ୍ଡରେ ବାଲି ମାଫିଆ ସକ୍ରିୟ ଥିବା ବେଳେ ସଂପୃକ୍ତ ଘଟଣା ପରେ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular