କରଞ୍ଜିଆ: ବୈତରଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉ ଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ରରୁଆଁ ଅତିରିକ୍ତ ତହସିଲଦାର ବିରସେନ ବେହେରା ଏବଂ ଅମିନ ପ୍ରଭାତ ବେହେରା । ସେନେଇ ଘାଗରବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଗତକାଲି ଦିନରେ ଅତିରିକ୍ତ ତହସିଲଦାର ଏବଂ ଅମିନ ରରୁଆଁ ତହସିଲ ଅନ୍ତର୍ଗତ ସଗଡ଼ା ଗ୍ରାମ ନିକଟ ବୈତରଣୀ ନଦୀରେ ବାଲି ବେଆଇନ ଭାବେ ଚାଲିଥିବା ଖବର ପାଇ ଥିଲେ। ଖବର ପାଇ ଚଢ଼ାଉ କରିବାକୁ ଯାଇ ବାଲି ମାଫିଆଙ୍କ ଆକ୍ରମଣ ର ଶିକାର ହୋଇଥିବା କହିଛନ୍ତି ଅତିରିକ୍ତ ତହସିଲଦାର । ଘଟଣାସ୍ଥଳରୁ କୌଣସି ମତେ ବାହାରି ଘାଗରବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କରଞ୍ଜିଆ ଉପଖଣ୍ଡରେ ବାଲି ମାଫିଆ ସକ୍ରିୟ ଥିବା ବେଳେ ସଂପୃକ୍ତ ଘଟଣା ପରେ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0