ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ଦେଶରେ ବ୍ୟାପିଥିଲେ ମଧ୍ୟ ଆଗଧାଡ଼ିରେ ରହି ୭ ମାସ ହେଲାଣି ନିଜର କର୍ତ୍ତବ୍ୟ ପାଳନ କରିଆସୁଛନ୍ତି ଟ୍ରାଫିକ ପୁଲିସକର୍ମୀ । ଏ ନେଇ ସରକାର ସେମାନଙ୍କୁ କରୋନା ଯୋଦ୍ଧାର ଆଖ୍ୟା ଦେଇ ସମ୍ମାନିତ କରୁଥିବା ବେଳେ ଦେଶରେ ଅନେକ କୋଣରେ କରୋନା ଯୋଦ୍ଧାଙ୍କ ସହ ଖରାପ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଅନେକ ଡାକ୍ତର ଲୋକଙ୍କ ଖରାପ ବ୍ୟବହାରର ସାମ୍ନା କରିଥିବା ବେଳେ ଏବେ ଜଣେ ଟ୍ରାଫିକ ପୁଲିସଙ୍କୁ ମାଡ଼ ମରାଯାଇଛି ଜ୍ଝସୂଚନାନୁସାରେ, ହେଲମେଟ ପିନ୍ଧିନଥିବାରୁ କଲବାଦେବୀ ମାର୍ଗରେ ସାଗରିକାଙ୍କୁ ଏବଂ ଗାଡି ଚଳାଉଥିବା ମୋସିନ ଶେଖଙ୍କୁ ଟ୍ରାଫିକ ପୁଲିସ ଏକନାଥ ପରତେ ଅଟକାଇଥିଲା। ଜରିମାନା ଦେବା ପରିବର୍ତ୍ତେ ଝଗଡା କରିବା ଆରମ୍ଭ କରିଥିଲେ ସାଗରିକା । ଏ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହା ପରେ ଅସଦାଚରଣ କରୁଥିବା କହି ଏକନାଥ ପରତେଙ୍କ ୟୁନିଫର୍ମକୁ ଟାଣି ଧରି ତାଙ୍କୁ ଚାପୁଡା ଉପରେ ଚାପୁଡ଼ା ମାରିଥିଲେ ସାଗରିକା ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0