ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଯୋଜନାରେ ଆଞ୍ଚଳିକ ସାମଗ୍ରୀଗୁଡ଼ିକୁ ପ୍ରୋତ୍ସାହନ ଦେବା ନିମନ୍ତେ ସେନାବାହିନୀର ‘କ୍ୟାଣ୍ଟିନ୍ ଷ୍ଟୋର୍ସ୍ ଡିପାର୍ଟମେଣ୍ଟ୍’ରେ ଚୀନ୍ ସମେତ ଅନ୍ୟ କେତେକ ଦେଶରୁ ଆମଦାନି ହୋଇ ବିକ୍ରି ହେଉଥିବା ସାମଗ୍ରୀଗୁଡ଼ିକୁ ନିଷେଧ କରିବା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ଚିନ୍ତା କରୁଛି। ‘କ୍ୟାଣ୍ଟିନ ଷ୍ଟୋର୍ସ ଡିପାର୍ଟମେଣ୍ଟ’ ଏବଂ ଏହା ଅଧୀନରେ ପରିଚାଳିତ ୟୁନିଟ କ୍ୟାଣ୍ଟିନଗୁଡ଼ିକରେ ବିଦେଶରୁ ଆମଦାନି ହେଉଥିବା ଅନେକ ଜିନିଷର ବିକ୍ରି ବନ୍ଦ ହେବ ବୋଲି ପ୍ରତିରକ୍ଷାସୂତ୍ରରୁ ଜଣାପଡ଼ିଛି।ସମଗ୍ର ଦେଶରେ ‘କ୍ୟାଣ୍ଟିନ୍ ଷ୍ଟୋର୍ସ ଡିପାର୍ଟମେଣ୍ଟ୍’ ୩୫୦୦ କ୍ୟାଣ୍ଟିନ ଚଳାଉଛି। ଏହି କ୍ୟାଣ୍ଟିନ ସବୁ ଦେଶର ଉତ୍ତର ପାର୍ଶ୍ବର ସିଆଚେନ୍ ଗ୍ଲେସିଅରରୁ ଆରମ୍ଭ କରି ଦକ୍ଷିଣ ପାର୍ଶ୍ବର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ଅବସ୍ଥିତ।‘କ୍ୟାଣ୍ଟିନ୍ ଷ୍ଟୋର୍ସ ଡିପାର୍ଟମେଣ୍ଟ୍’ ବିକ୍ରୟ କରୁଥିବା ବିଭିନ୍ନ କିସମର ୫୦୦୦ରୁ ଊର୍ଦ୍ଧ୍ବ ସାମଗ୍ରୀ ମଧ୍ୟରୁ ପ୍ରାୟ ୪୦୦ ଦେଶରୁ ଆମଦାନି ହୋଇଥାଏ। ‘ସଏସଡି’ କାଉଣ୍ଟରରେ ବିଦେଶରୁ ଆମଦାନି ହେଉଥିବା ଉପରୋକ୍ତ ସାମଗ୍ରୀଗୁଡ଼ିକର ବିକ୍ରି ନିଷେଧ କରାଯାଇ ସେ ସ୍ଥାନରେ ଭାରତୀୟ ଉତ୍ପାଦ ବିକ୍ରୟ କରାଯିବାର ଯୋଜନା କରାଯାଉଛି ବୋଲି ପ୍ରତିରକ୍ଷାସୂତ୍ର କହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0