spot_img

ନିଜ ଜାଲରେ ପଡି ଶିକାରୀ ମୃତ

ସୁନ୍ଦରଗଡ଼ : ବାରହା ଶିକାର ପାଇଁ ଇଲେକ୍ଟ୍ରି ତାର ବିଛାଇଥିଲେ, ହେଲେ ସେଥିରେ ନିଜେ ପଡି ପ୍ରାଣ ହରାଇଲେ । ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ ବଡ଼ମାହଲ ଗାଁର ଘଟଣା ।

ଖବର ଅନୁଯାୟୀ, ବାରହା ଶିକାର କରିବାକୁ ବିଲରେ ବିଦ୍ୟୁତ ତାର ବିଛାଇଥିଲେ ଶିକାରୀ  । ସକାଳୁ ସକାଳୁ ଯାଇ ବାରହା ପଡିଛି କି ନାହିଁ ଦେଖିବାକୁ ଯାଇଥିବାବେଳେ  ନିଜ ଜାଲରେ ନିଜେ ପଡିଯାଇଥିଲେ । ଅସାବଧାନତା କାରଣରୁ ନିଜ ଦେହରେ ଲାଗି ଯାଇଥିଲା କରେଣ୍ଟ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular