ଭୁବନେଶ୍ବର: ଓଡ଼ିଶାର ପୁଣି ଜଣେ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ପୂର୍ତ୍ତ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ସେ ସୂଚନା ଦେଇଛନ୍ତି। ତାଙ୍କର ସଂକ୍ରମଣ ବିଷୟରେ ସୂଚନା ଦେଇ ମଲ୍ଲିକ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ସେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେ ସୁସ୍ଥ ଅଛନ୍ତି। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରି ସଙ୍ଗରୋଧରେ ରହିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0