ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଗରରହି ପଞ୍ଚାୟତ ଅସନବଣି ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ବୁଦ୍ଧିଆ ସିଂହଙ୍କ ତିନିବଖରା ଘର ପୋଡି ପାଉଁଶ ହୋଇଯାଇଛି ।
ଖବର ଅନୁଯାୟୀ, ଅସନବଣି ଗାଁର ବୁଦ୍ଧିଆ ସିଂହଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ରହିଛି । ତେବେ ନିଆଁ ଲାଗିଥିବାର ଖବର ପାଇଁ ଗାଁଲୋକ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ ସ୍ଥାନୀୟଲୋକ । ତେବେ ଏହି ଅଗ୍ନିକାଣ୍ଡରେ ୩ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ବୁଦ୍ଧିଆ ସିଂହ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାର ତାଙ୍କ ଚିକିତ୍ସା ଜାରି ରହିଛି।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0