ଭଦ୍ରକ : ଭଦ୍ରକ ସହର ମୋଟେଲ ଛକ ନିକଟ ଏକ ଭଡା ଘରେ ନକଲି ଜର୍ଦ୍ଦା ଗଚ୍ଛିତ ଥିବା ଖବର ପୋଲିସକୁ ମିଳିଥିଲା । ଟାଉନ ପୋଲିସର ଏକ ଟିମ୍ ସେହି ଭଡା ଘର ଉପରେ ଚଢ଼ାଉ କରିଥିଲା ।ତେବେ ପୋଲିସକୁ ଚଢ଼ାଉ ସମୟରେ ବହୁ କମ୍ପାନୀର ନକଲି ଜର୍ଦ୍ଦା ମିଳିଥିଲା । ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କୁ ଗିରଫ କରିନାହିଁ ପୋଲିସ । ଘଟଣାରେ ଅଧିକ ତନାଘନା ଜାରି ରଖିଛି ପୋଲିସ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0