spot_img

ଖୁସି ଖବର: ଆଜି ସର୍ବାଧିକ ୬୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ….

() ଆଜି ସର୍ବାଧିକ ୬୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୯୮୬୪ରେ ପହଞ୍ଚିଲା । ଆଜି ରାଜ୍ୟର ୨୧ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୬୦୯ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଗଞ୍ଜାମ ସହିତ ସୁନ୍ଦରଗଡ଼ରୁ ୧୩୫ଜଣ, ଖୋର୍ଦ୍ଧାରୁ ୩୭ଜଣ, କଟକରୁ ୩୨ଜଣ, ବାଲେଶ୍ୱରରୁ ୨୫ଜଣ, କେନ୍ଦୁଝରରୁ ୨୩ଜଣ, ମୟୁରଭଞ୍ଜରୁ ୧୮ଜଣ, ଭଦ୍ରକରୁ ୧୨ଜଣ, ପୁରୀରୁ ୧୨ଜଣ, ସମ୍ବଲପୁରରରୁ ୮ଜଣ, ବରଗଡ଼ ଓ ଜଗତସିଂହପୁରରୁ ୭ଜଣ ଲେଖାଏଁ, ଯାଜପୁରରୁ ୬ଜଣ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୪ଜଣ ଲେଖାଏଁ, ବଲାଙ୍ଗୀରରୁ ୩ଜଣ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଏବଂ ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular