କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ଜାରି । ଏହି ନିଯୁକ୍ତି ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ନନ-ମିନଷ୍ଟ୍ରିୟଲ, ନନ୍-ଗଜେଟେଡ ଏବଂ କାମ୍ବେଟାଇଜ୍ଡ ପାରାମେଡିକାଲ୍ ଷ୍ଟାଫ୍ ପଦବୀରେ ନିଯୁକ୍ତି କରାଯିବ । ଯେଉଁ ଆବେଦନକାରୀ ଏହି ପଦବୀରେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ଆସନ୍ତା ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ କରିବା ପୂର୍ବରୁ ଆବେଦନକାରୀ ପ୍ରଥମେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ ।
ଶିକ୍ଷାଗତ ଯୋଗ୍ୟତା:
ଆବେଦନକାରୀଙ୍କ ପାଖରେ କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ଦଶମ ଶ୍ରେଣୀ ଠାରୁ ଆରମ୍ଭ କରି ଗ୍ରାଜୁଏସନ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।
ପଦବୀ ବିବରଣୀ ଏବଂ ପଦ ନାମ:
ଇଂସ୍ପେକ୍ଟର(ଡାୟଟିସିୟାନ), ସବ-ଇଂସ୍ପେକ୍ଟର(ଷ୍ଟାଫ୍ ନର୍ସ), ସବ-ଇଂସ୍ପେକ୍ଟର(ରେଡିଓଗ୍ରାଫର), ସହାୟକ ଉପ-ନିରିକ୍ଷକ ସମତେ ଅନ୍ୟ ପଦବୀରେ ନିଯୁକ୍ତି ଜାରି ।
ପଦ ସଂଖ୍ୟା: ସମୁଦାୟ ୭୮୯ ପଦ
ବୟସ ସୀମା:
ଏହି ପଦବୀରେ ଆବେଦନ କରବିା ପାଇଁ ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୨୩, ୨୫ ଏବଂ ୩୦ ବର୍ଷ ପଦବୀ ଅନୁଯାୟୀ ନିର୍ଦ୍ଦାରିତ କରାଯାଇଛି ।
ମହତ୍ତ୍ୱପୂର୍ଣ୍ଣ ତାରିଖ:
ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୨୦ ଜୁଲାଇ ୨୦୨୦
ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୩୧ ଅଗଷ୍ଟ ୨୦୨୦
ଆବେଦନ ପ୍ରକ୍ରିୟା:
ଯେଉଁ ଆବେଦନକାରୀ ଏହି ପଦବୀରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ସେମାନେ ଅଫିସିଆଲ ୱେବସାଇଟ୍ ଜରିଆରେ ପ୍ରଥମେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ । ଏହାପରେ ନିର୍ଦ୍ଦାରିତ ହୋଇଥିବା ସୂଚନା ଅନୁସାରେ ଶେଷ ତାରିଖ ପୂର୍ବରୁ ଆବେଦନ କରନ୍ତୁ । ଆବେଦନ କରିବା ସମୟରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।
ଚୟନ ପ୍ରକ୍ରିୟା:
ଆବେଦନକାରୀଙ୍କ ଚୟନ ପ୍ରକ୍ରିୟା ଶାରିରୀକ ମାନକ ପରୀକ୍ଷା(ପିଏସଟି), ଶାରିରୀକ ଦକ୍ଷତା ପରୀକ୍ଷା(ପିଇଟି), ଲିଖିତ ପରୀକ୍ଷା, ଟ୍ରେଡ ଟେଷ୍ଟ/ସ୍କ୍ରିନିଂ ଅଫ୍ ଡକୁ୍ୟମେଣ୍ଟ ଏବଂ ମେଡିକାଲ୍ ଆଧାରରେ ଚୟନ କରାଯିବ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0