ଗୋରଖପୁର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନବରାତ୍ରର ଅନ୍ତିମ ଦିନରେ କନ୍ୟା ପୂଜନ କରିଛନ୍ତି । କନ୍ୟା ପୂଜନକୁ ଶନାତନ ଧର୍ମରରେ ମାତୃଶକ୍ତିଙ୍କ ସମ୍ମାନରେ ହେଇଥିବା ପରମ୍ପରା ପ୍ରତିକ ବୋଲି କୁହାଯାଏ । ଏହା ସହ ଯୋଗୀ କହିଛନ୍ତି, କନ୍ୟା ପୂଜନ ସନାତନ ଧର୍ମର ମାତୃଶକ୍ତିଙ୍କ ସମ୍ମାନ କରିବାର ପରମ୍ପରାର ପ୍ରତୀକ। ଏହାଦ୍ୱାରା କନ୍ୟାଙ୍କ ମଧ୍ୟରେ ସନାତନ ଧର୍ମ ପ୍ରତି ଆସ୍ଥା ପ୍ରତୀତ ହୋଇଥାଏ। ରବିବାର ସକାଳୁ ଯୋଗୀ ଆଦିତ୍ୟନାଥ କନ୍ୟାଙ୍କ ଗୋଡ ଧୋଇ ତିଳକ ଲଗାଇ ପୂଜନ କରିଥିଲେ। କନ୍ୟା ପୂଜନ ପରେ ଯୋଗୀ କନ୍ୟାଙ୍କୁ ପ୍ରସାଦ ମଧ୍ୟ ଖୁଆଇଥିଲେ। କନ୍ୟା ପୂଜନ ପରେ ଯୋଗୀ ନିଜ ଗୁରୁ ବ୍ରହ୍ମଲିନ ମହନ୍ତ ଅବୈଦ୍ୟନାଥଙ୍କ ପ୍ରତିମାସ୍ଥଳୀକୁ ଯାଇ ତାଙ୍କ ଆଶୀର୍ବାଦ ନେଇଥିଲେ ଓ ପରେ ଗୋଶାଳାରେ ଗାଈଙ୍କୁ ଭୋଜନ ଖୁଆଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପର୍ବପର୍ବାଣି ଖୁସି ଓ ଉତ୍ସାହ ଆଣିଥାଏ। କିନ୍ତୁ କରୋନା ମହାମାରୀ ଯୋଗୁଁ ଆମେ ସଚେତନ ରହିବା ଏବଂ କରୋନା ଗାଇଡଲାଇନ ପାଳନ କରିବା ଆବଶ୍ୟକ ବୋଲି ଯୋଗୀ କହିଛନ୍ତି ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0