ଯାଜପୁର: କୋଭିଡ କଟକଣା ମଧ୍ୟରେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ସମ୍ପନ୍ନ ହୋଇଛି ବିଜୟ ରଥଯାତ୍ରା । ରୀତିନୀତିରେ ଷୋଡଶ ଉପଚାର ହୋଇଥିବା ବେଳେ ସମୀତ ସେବାୟତ ଓ ବିନା ଭକ୍ତରେ ମା’ଙ୍କ ପୂଜାର୍ଚ୍ଚନା ହୋଇଛି । କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ମା’ ବିରଜାଙ୍କ ବିଜୟ ରଥଯାତ୍ରା । ସୀମିତ ସେବାୟତ ଓ ବିନା ଭକ୍ତରେ ରଥଯାତ୍ରା ହୋଇଛି । ନବଦିନାତ୍ମକ ଏହି ଶାରଦୀୟ ପୂଜାର ଅନ୍ତିମ ଦିନରେ ମା’ଙ୍କୁ ପବିତ୍ର ବୈତରଣୀ ନଦୀର ଅଶ୍ୱମେଧ ଘାଟରେ ମହାସ୍ନାନ କରାଯାଇଥିଲା । ଆଉ ଏହି ସମୟରେ ଭକ୍ତ କଟକଣାକୁ ମାନି ମନ୍ଦିର ନାଯାଇ ରାସ୍ତାରୁ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ପରେ ରୀତିନୀତିରେ ମା’ଙ୍କ ଷୋଡଶଉପଚାର ପୂଜା ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି କରାଯାଇଥିବା ବେଳେ ଅଞ୍ଚଳବାସୀ ମଧ୍ୟ ଏହାକୁ ମାନି ସହଯୋଗ କରିଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0