ମୁର୍ଷିଦାବାଦ : ସାରା ଦେଶରେ ଏବେ ପୂଜାର ମାହୋଲ। କରୋନା ଭାଇରସ ମହାମାରୀ ସତ୍ତ୍ୱେ କମିନି ଲୋକଙ୍କ ଉତ୍ସାହ। ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ପଶ୍ଚିମବଙ୍ଗର ବିଭିନ୍ନ ପୂଜା ମଣ୍ଡପରେ ମହିଷାସୁର ମର୍ଦ୍ଦିନୀଙ୍କ ଆରାଧନା ଧୁମଧାମରେ ହେଉଛି। ତେବେ ମୁର୍ଷିଦାବାଦର ଏକ ପୂଜା ପେଣ୍ଡାଲ ଏବେ ସାରା ଦେଶର ଧ୍ୟାନ ଆକର୍ଷଣ କରିଛି। ଏଠାରେ ଦୁର୍ଗା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସଂହାର କରୁଥିବା ଦେଖାଯାଇଛି।

ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତରେ ପୂଜା ପେଣ୍ଡାଲ ଜରିଆରେ ସାମାଜିକ ସମସ୍ୟାର ରଚନାତ୍ମକ ଉପସ୍ଥାପନ କରାଯାଏ। ଏହି କ୍ରମରେ ପୂର୍ବ ଲଦ୍ଦାଖ ସୀମାରେ ଗତ ଜୁନ ମାସରୁ ଉପୁଜିଥିବା ପରିସ୍ଥିତିକୁ ପୂଜା କମିଟି ପ୍ରାଥମିକତା ଦେଇଛନ୍ତି। ଚୀନ୍ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ମହାମାରୀର ଦେଶରେ ପ୍ରକୋପ ସାଙ୍ଗକୁ ରଷ୍ଟ୍ରମୁଖ୍ୟ ସି ଜିନପିଙ୍ଗଙ୍କ ଅଭିମୁଖ୍ୟକୁ ପୂଜା କମିଟି ବିରୋଧ କରିଛି। ଏଥିରେ ଦେବୀ ଦୁର୍ଗାଙ୍କ ମେଢରେ ଅସୁର ବଦଳେ ସି ଜିନପିଙ୍ଗ ବଧ ହେଉଥିବାର ଦେଖାଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0