spot_img

ହିନ୍ଦୁ ମହାସଭା ଉପାଧ୍ୟକ୍ଷଙ୍କ ବଡ ବୟାନ

ମେରଠ: ଉତ୍ତରପ୍ରଦେଶ ମେରଠରେ ଅଖିଳ ଭାରତ ହିନ୍ଦୁ ମହାସଭା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡିତ ଅଶୋକ ଶର୍ମା ଏକ ବଡ ବୟାନ ଦେଇ ଏବେ ଚର୍ଚ୍ଚାରେ । ତେବେ ପଣ୍ଡିତ ଅଶୋକ ଶର୍ମା ସମସ୍ତ ହିନ୍ଦୁଙ୍କୁ ବିଜୟାଦଶମୀରେ ସଂକଳ୍ପ ନେବା ପାଇଁ କହିଛନ୍ତି । ଏବଂ ଏହା ସହ ଯଦି କିଏ ୧୦୦ ଟଙ୍କା ରୋଜଗାର କରନ୍ତି , ତା’ହେଲେ ୨୦ ଟଙ୍କାରେ ଅସ୍ତ୍ର କିଣନ୍ତୁ ବୋଲି ସେ କହିଛନ୍ତି । ଅନ୍ୟପଟେ ହିନ୍ଦୁ ମହାସଭା ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ସମସ୍ତ ହିନ୍ଦୁ ଦେବାଦେବୀଙ୍କ ହାତରେ ଶସ୍ତ୍ର ଥାଏ । ସେଥିପାଇଁ ପ୍ରତ୍ୟେକ ହିନ୍ଦୁ ନିଜର ଆତ୍ମରକ୍ଷା ପାଇଁ ଶସ୍ତ୍ର ରଖିବା ଉଚିତ । ସେ ତ୍ରିଶୂଳ ହେଉ, ଗଦା, ଲାଠି, କିମ୍ବା ଆଉ କିଛି । ହିନ୍ଦୁ ମହାସଭା କାର୍ଯ୍ୟକର୍ତ୍ତାଙ୍କୁ ଏହି ଅବସରରେ ଶସ୍ତ୍ର ବିତରଣ ପ୍ରତୀକ ରୂପରେ ପ୍ରଦାନ କରିଛି । ଏହା ସହ ପଣ୍ଡିତ ଅଶୋକ ଶର୍ମା ବାଗପତରେ ଲମ୍ବା ଦାଢି ରଖିଥିବା ସବଇନ୍ସପେକ୍ଟରର ନିଲମ୍ବନ ପାଇଁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular