ନୂଆଦିଲ୍ଳୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ପୁଣି ଏବେ ଚର୍ଚ୍ଚାରେ । ସବୁବେଳେ ନିଜ ବୟାନ ପାଇଁ ବିବାଦ ଘେରରେ ଛନ୍ଦି ହେଉଥିବା ରାହୁଲ ଗାନ୍ଧି ଆଜି ପୁଣି ମୁହଁ ଖୋଲିଛନ୍ତି । ହେଲେ ଏଥର ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଟାର୍ଗେଟ କରିଛନ୍ତି । ଭାଗବତଙ୍କ ବୟାନକୁ ରିଟ୍ୱିଟ କରି ରାହୁଲ ଲେଖଛନ୍ତି, ମୋହନ ଭାଗବତଙ୍କୁ ସତ ଜଣା ଅଛି ହେଲେ ଏହାକୁ ସାମ୍ନା କରିବାକୁ ସେ ଭୟ କରୁଛନ୍ତି । ଚୀନ ଆମର ଜମିକୁ ବଳପୂର୍ବକ ଅକ୍ତିଆର କରିନେଇଛି, ଆଉ ଭାରତ ସରକାର ଓ ଆରଏସଏସ ଏହାକୁ ହେବାକୁ ଦେଇଛନ୍ତି । ଏପରି ଲେଖିବା ଦ୍ୱାରା ରାହୁଲ ପୁଣି ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0