ମୁମ୍ବାଇ : ୪୬ ବର୍ଷରେ ପାଦଥାପିଲେ ବଲିଉଡ଼ର ଏଭରଗ୍ରିନ ଅଭିନେତ୍ରୀ ରବିନା ଟଣ୍ଡନ । ୧୯୭୪ ଆଜିର ଦିନରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ ରବିନା । ପଥର କେ ଫୁଲ ଥିଲା ତାଙ୍କର ପ୍ରଥମ ଡ଼େବ୍ୟୁ ଫିଲ୍କ ।ଏହି ଫିଲ୍କ ପାଇଁ ଫିଲ୍କଫେୟାର ଆୱାଡରେ ନ୍ୟୁ ଫେସ ଅଫ ୟଅର ଆୱାଡ଼ ପାଇଥିଲେ ।

ନିଜର ଚତ୍ମକାର ଅଭିନୟ ପ୍ରଦର୍ଶନ କରି ଆଜିବି ସେ ଦର୍ଶକଙ୍କ ମନରେ ବାନ୍ଧି ହୋଇ ରହିଛନ୍ତି । ଫିଲ୍କ ମୋହରାର ଫେମସ ସଙ୍ଗ ତୁ ଚିଜ ବଡ଼ି ହେ ମସ୍ତମସ୍ତ ଗୀତପରେ ରବିନାଙ୍କୁ ମସ୍ତ ମସ୍ତ ଗାଲର ଟାଗ ମିଳିଥିଲା । ଏହି ଫିଲ୍ମରେ ରବିନାଙ୍କ ସହ ବଲିଉଡ଼ ଅଭିନେତା ଅକ୍ଷୟ କୁମାର ମଧ୍ୟ ଅଭିନୟ କରିଥିଲେ । ରବିନା ଏକାଧାରର ଜଣେ ମଡ଼େଲର ଓ ପ୍ରଡ଼୍ୟୁସର ମଧ୍ୟ ।

ରବିନା ନିଜର ଫିଲ୍ମ ଓ ପର୍ସନାଲ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଥାନ୍ତି । ସୂଚନାଅନୁଯାୟୀ ରବିନା ବିବାହ ପୂର୍ବରୁ ସିଙ୍ଗଲ ମଦର ହୋଇଥିଲେ । ଦୁଇଟି କନ୍ୟା ସନ୍ତାନକୁ ଆପଣେଇଥିଲେ । ପରେ ପରେ ସେ ଫିଲ୍କ ଡ଼ିସଟିବ୍ୟୁଟର ଅନିଲ ଥଠାନିଙ୍କୁ ବିବାହ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0