spot_img

ଦିଲୀପ ରାୟଙ୍କୁ ଦଣ୍ଡାଦେଶ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ:ପ୍ରଥମେ ଦଣ୍ଡାଦେଶ ପରେ ପରେ ଜାମିନ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ ଓ ୧୦ ଲକ୍ଷ ଟଙ୍କା ଜରିମାନା ହେବାର କିଛି ସମୟ ପରେ ଜାମିନ ମିଳିଛି । ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଜାମିନ ମିଳିଛି । କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଓ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲୀପ । ୧୯୯୯ ଝାଡଖଣ୍ଡ ଗିରିଡିହ ସ୍ଥିତ ବ୍ରାହ୍ମାଡିଆ କୋଇଳା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ତତକାଳୀନ ଏନଡିଏ ସରକାରରେ ଦିଲୀପ କୋଇଳା ରାଷ୍ଟ୍ରମନ୍ତ୍ରୀ ଥିଲେ । ନବୀନଙ୍କ ନେତୃତ୍ୱାଧୀନ ବିଜେଡି ସେତେବେଳେ ଏନଡିଏର ଅଂଶୀଦାର ଥିଲା । ଦିଲୀପ ବିଜେଡିରୁ କେନ୍ଦ୍ର ମନ୍ତ୍ରାଳୟରେ ପ୍ରତିନିଧିତ୍ୱ କରୁଥିଲେ । ମାମଲାରେ ଦୋଷୀ ଅନ୍ୟ ୨ ଅଧିକାରୀଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ଏହି ମାମଲାରେ ଅଦାଲତ କୋଇଲା ମନ୍ତ୍ରାଳୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ ଟେକନୋଲି ଲିମିଟେଡର ନିଦେ୍ର୍ଦଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅଦାଲତ ମହେନ୍ଦ୍ର କୁମାର ଅଗ୍ରୱାଲଭ୍କ ମାଲିକାନାରେ ଥିବା ଦୁଇ କମ୍ପାନୀ ସିଟିଏଲକୁ ୬୦ ଲକ୍ଷ ଓ ସିଏମଏଲକୁ ୧୦ ଲକ୍ଷ ଟଭ୍କା ଜରମାନା କରିଛନ୍ତି । ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ଶୁରାଣି କରି ଦିଲୀପଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡ ଘୋଷଣା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular