କଟକ : କରୋନା କଟକଣା ଭିତରେ ସାରା ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି ମା’ ଦୁର୍ଗାଙ୍କ ଦଶହରା। ଆଜି ସବୁଠି ଦଶମୀ ଅର୍ଥାତ୍ ଦଶହରା ପାଳନ କରାଯାଉଛି। ଆସନ୍ତାକାଲି ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ କଟକରେ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ। ଭସାଣ ଉତ୍ସବ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭସାଣ ପାଇଁ ସମସ୍ତ ପୂଜା ମଣ୍ଡପ ଲାଗି ୪ଟି ପର୍ଯ୍ୟାୟରେ ସମୟ ଧାର୍ଯ୍ୟ ହୋଇଛି। ସକାଳ ୧୦ଟାରୁ ୧୨ଟା, ୧୨ଟାରୁ ୨ଟା, ୨ଟାରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭସାଣ ଉତ୍ସବ ହେବ।
ପ୍ରତି ପୂଜା କମିଟିର ୭ ଜଣ ଲୋକଙ୍କୁ ଭସାଣରେ ସାମିଲ୍ ହେବାକୁ ଅନୁମତି ମିଳିବ। ମୂର୍ତ୍ତିକୁ ଚେଚିସ୍ ବଦଳରେ ଡାଲା ଅଟୋ କିମ୍ବା ପିକଅପରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଏ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0