ନୂଆଦିଲ୍ଲୀ:ପୂର୍ବ ଲଦାଖରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୀମା ସ୍ଥିତି ସମୀକ୍ଷା ପାଇଁ ଆଜିଠୁ ବସୁଛି ସେନାର କମାଣ୍ଡରସ୍ତରୀୟ ବୈଠକ । ଚାରି ଦିନ ଧରି ହେବାକୁ ଥିବା ଆଭ୍ୟନ୍ତରୀଣ ସୀମା ସ୍ଥିତି ସମୀକ୍ଷା ବୈଠକରେ ଯୋଗଦେବେ ଉଊଝଙ୍କ ସମେତ ତିନି ସେନା ମୁଖ୍ୟ। ଏହି ବୈଠକରେ ସେନାବାହିନୀର ବରିଷ୍ଠ ଅଧିକାରୀ, ଭାରତୀୟ ସେନାର ସମସ୍ତ କମାଣ୍ଡର, ଆର୍ମି ମୁଖ୍ୟାଳୟର ପ୍ରିନ୍ସିପାଲ୍ ଷ୍ଟାଫ ଅଫିସର ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେବେ। ପୂର୍ବ ଲଦାଖରେ ଲାଗି ରହିଥିବା ସ୍ଥିତି ସମ୍ପର୍କରେ ବୈଠକରେ ଆଲୋଚନା ହେବ । ଏଥିସହ ଶୀତ ଦିନ ଆସୁଥିବାରୁ ଆଗାମି ଦିନରେ କଣ ରହିବ ରଣନୀତି ସେନେଇ ନିଷ୍ପତ୍ତି ନିଆଯାଇପାରେ । ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଅକ୍ଟୋବର ୨୮ ତାରିଖରେ, ବିଭିନ୍ନ ସେନା କମାଣ୍ଡରଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ବିଭିନ୍ନ ଏଜେଣ୍ଡା ନେଇ ମଧ୍ୟ ଆଲୋଚନା ହେବ । ଲଦାଖ ସମେତ ଜାମ୍ମୁ-କାଶ୍ମୀରରେ ଲାଗି ରହିଥିବା ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0