ବାଲେଶ୍ବର : ବାଲେଶ୍ବର ଉପନିର୍ବାଚନ ପାଇଁ ଗତକାଲି କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ଘର ଘର ବୁଲି କଂଗ୍ରେସ କର୍ମୀମାନେ ଲୋକଙ୍କ ସମସ୍ୟା ଶୁଣିବା ସହ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ବୁଝାଇଥିଲେ। ପ୍ରଥମ ଥର ପାଇଁ ସଦର ନିର୍ବାଚନ ମଣ୍ଡଳୀରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି କଂଗ୍ରେସ ମହିଳାଙ୍କ ପ୍ରତି ସମ୍ମାନ କରିଛି ବୋଲି କର୍ମୀମାନେ ଲୋକଙ୍କୁ କହିବା ସହ ଦେଶ ଓ ରାଜ୍ୟର ପରିବର୍ତ୍ତନ ପାଇଁ କଂଗ୍ରେସକୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ବୁଝାଇଥିଲେ।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0