ପୁରୀ : କରୋନା କଟକଣା ଯୋଗୁ ୮ମାସ ହେବ ଖୋଲୁନି ଶ୍ରୀମନ୍ଦିର। ଭକ୍ତଙ୍କ ପ୍ରବେଶ ନଥିବାରୁ ଦାନ,ଦକ୍ଷିଣା, ଯାତ୍ରୀ ଚର୍ଚ୍ଚା ସବୁ ବନ୍ଦ। ଭୋଗ ବିକ୍ରି ବି ନାହିଁ। ପଶ୍ଚିମବଙ୍ଗ ଓ ଅନ୍ୟ ପ୍ରାନ୍ତରୁ ଭକ୍ତ ବି ଆସୁନାହାନ୍ତି। ରେଳ ଚଳାଚଳ ସ୍ଵାଭାବିକ ହୋଇନି। ଏହା ଦ୍ବାରା ଶ୍ରୀମନ୍ଦିର ସେବକ ସର୍ବାଧିକ ପ୍ରଭାବିତ ହେଉଛନ୍ତି। କରୋନା କଟକଣା ଯୋଗୁଁ ପୁରୀର ୧୦ ହଜାର ସେବକ ପରିବାର ପ୍ରଭାବିତ ହୋଇଛନ୍ତି। ଅନ୍ୟପକ୍ଷରେ ଜାନୁଆରି ପର୍ୟ୍ୟନ୍ତ ଶ୍ରୀମନ୍ଦିର ଖୋଲିବ ନାହିଁ। ସେବକ ପରିବାର ବଡ଼ କଷ୍ଟରେ ଜୀବନ କାଟୁଛନ୍ତି। ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାତ୍ର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ମିଳିଛି। ତାହା ପୁଣି ସେବକ କଲ୍ୟାଣ ପାଣ୍ଠିରୁ। ସେବକ ପରିବାରଙ୍କ ମଧ୍ୟରେ ଏବେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0