ଜଗତସିଂହପୁର: ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜ ଯୋଗୁଁ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି କ୍ଷ ସକାଳୁ ପାରଦୀପ ମାଛ ଧରା ବନ୍ଦରରୁ ମା’ ମିନି ନାମକ ଏକ ମାଛ ଧରା ଟ୍ରଲର ମାଛ ଧରିବା ପାଇଁ ଯାଇଥିଲା କ୍ଷ ଏହି ସମୟରେ ଟ୍ରଲର ଚାଳକ ଜଣକ ଦିଗ ଜାଣି ନ ପାରିବାରୁ ବ୍ଲାକରୋଜରେ ପିଟି ହୋଇଯାଇଥିଲା କ୍ଷ ଫଳରେ ଟ୍ରଲରରେ ଥିବା ୯ ଜଣ ନିଖୋଜ ହୋଇଯାଇଥିଲେ ଜ୍ଝ ନିଖୋଜ ୯ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୫ ଜଣଙ୍କୁ ଉଦ୍ଧାର କରାଯାଇଛି କ୍ଷ ଆଉ ୪ ଜଣ ନିଖୋଜ ଥିବାରୁ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି କ୍ଷ ପୂର୍ବରୁ ମଧ୍ୟ ୨୦୧୯ ନଭେମ୍ବର ମାସରେ ଏକ ମାଛଧରା ଡଙ୍ଗା ଏହି ଜାହାଜରେ ମାଡ ହୋଇ ବୁଡିଯାଇଥିଲା । ଏଥିରେ ଥିବା ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ ‘ବ୍ଲାକରୋଜ’ ଜାହାଜକୁ ମାଛଧରା ଡଙ୍ଗା ଶକ୍ତ ଧକ୍କା ଦେବାରୁ ଡଙ୍ଗା ବୁଡ଼ିଯାଇଛି ।



Visitors Today : 0
Total Visitors : 130433
Total Views : 9891964
Visitors Online Now : 0