spot_img

୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଗଁନ୍ଦିଆ ଥାନା ଅନ୍ତର୍ଗତ ଭାଲିଆପାଟ ଗ୍ରାମରେ ବନ କର୍ମଚାରୀମାନେ ଚଢ଼ାଉ କରିଥିଲେ । ଉକ୍ତ ଗ୍ରାମର ମଳୟ ପାତ୍ରଙ୍କ ଘରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ତାଙ୍କ ଘରୁ ଶାଳ ଓ ସାଗୁଆନ ଆଦି ଶହେରୁ ଉର୍ଦ୍ଧ୍ବ ସିଫ୍ଟ ଚୋରା କାଠ ଜବତ କରାଯାଇଛି । ଜବତ କାଠର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏହି କାଠ କାଟି ଚୋରା ଚାଲାଣ କରୁଥିବା ମଳୟ ପାତ୍ରଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇ ଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular