spot_img

ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସି ପର୍ଯ୍ୟଟକ ନିଖୋଜ

ପୁରୀ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ । ଗାଧୋଇବା ବେଳେ ଅସାବଧାନତା ବଶତଃ ପର୍ଯ୍ୟଟକ ଜଣଙ୍କ ଭାସିଯାଇଥିବା ଜଣାପଡିଛି । ନିଖୋଜ ପର୍ଯ୍ୟଟକ ଜଣଙ୍କ ହେଲେ ଝାଡଖଣ୍ଡର ତାନିସ୍କ ବିନୟ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଲାଇଭ୍ ଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଝାଡଖଣ୍ଡର ବିନୟ ରାୟ ପୁଅ ହେଉଛନ୍ତି ତାନିସ୍କ । ସେ ତାଙ୍କ ପରିବାର ସହ ପୁରୀ ଭ୍ରମଣରେ ଆସିଥିଲେ । ଦିଗବାରେଣିଠାରେ ସଦୁଦ୍ରରେ ଗାଧାଉଥିବା ବେଳେ ସମୁଦ୍ର ଜୁଆରରେ ଭାସିଯାଇଥିଲେ । ନିଖୋଜ ତାନିସ୍କଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରହିଛି । ତାନିସ୍କ ଯୁକ୍ତ ଦୁଇ ଛାତ୍ର ବୋଲି ଜଣାପଡିଛି ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular