ମଣ୍ଡପରୁ ମାଆଙ୍କୁ ମେଲାଣି ଦିଆଯାଉଛି । ଭସାଣି ପାଇଁ ପ୍ରଶାସନ ପକ୍ଷରୁ କଟକ ଓ ଭୁବନେଶ୍ୱରରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । କଟକରେ ୧୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇଛି । ଭୁବନେଶ୍ୱରରେ ଦୟାନଦୀ ଓ କୁଆଖାଇରେ କୁତ୍ରିମ ପୋଖରୀ ତିଆରି ହୋଇଛି । ହାଇକୋର୍ଟଙ୍କ କଟକଣା ଅନୁଯାୟୀ ଏଠାରେ ବିସର୍ଜନ କରାଯିବ ।ଏଥିପାଇଁ ୪ଟି ପୁଷ୍କରିଣୀ ଖୋଳା ଯାଇଛି। କୁଆଖାଇ ନଦୀକୂଳରେ ଦୁଇଟି ପୋଖରୀ ଖୋଳା ଯାଇଛି । ୩୭ ମିଟର ଲମ୍ବ ୨୬ ମିଟର ଓସାର ଏବଂ ୨୫ ମିଟର ଲମ୍ବ ଓ ୨୦ ମିଟର ଓସାରର ଦୁଇଟି ପୋଖରୀ ଖୋଳା ଯାଇଛି । ଏଠାରେ ୧୦୦ଟି ପ୍ରତିମୂର୍ତ୍ତି ବିସର୍ଜନ ହୋଇପାରିବ । ସେହିପରି ଟଙ୍କପାଣି ବ୍ରିଜ ନିକଟରେ ୨୫ ମିଟର ଲମ୍ବ ୧୫ ମିଟର ଓସାରରେ ଏବଂ ଦୟା ବ୍ରିଜ୍ ନିକଟରେ ୨୫ ମିଟର ଲମ୍ବ ୧୦ ମିଟର ଓସାରରେ ପୁଷ୍କରିଣୀ ଖୋଳା ଯାଇଛି। ଏଠାରେ ମୋଟ ୮୦ଟି ମୂର୍ତ୍ତି ବିସର୍ଜନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପୁଷ୍କରିଣୀ ୩ ମିଟର ଗଭୀରର ହୋଇଛି। ମୂର୍ତ୍ତିଗୁଡ଼ିକୁ ଗାଡ଼ିକୁ ଗାଡ଼ିରୁ ଉଠାଇ ପୋଖରୀରେ ପକାଇବାକୁ ୪ଟି ପୋଖରୀ ନିକଟରେ ୪ଟି ହାଇଡ୍ରା ରଖାଯାଇଛି। ଏହାସହ ୪ଟି ଜେସିବି ମଧ୍ୟ ରଖାଯାଇଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0