spot_img

ପୋଖରୀରେ ବୁଡି ନାବାଳକ ମୃତ

ଆନନ୍ଦପୁର ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁ ପୋଖରୀରେ ବୁଡି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଗାଁର ପ୍ରମୋଦ ପାଳଙ୍କ ୧୪ ବର୍ଷର ପୁଅ ସରୋଜ । ମଙ୍ଗଳବାର ମଧ୍ୟାହ୍ନରେ ସରୋଜ ଗାଁ ପୋଖରୀରେ ଏକା ଗାଧାଉଥିବା ବେଳେ ହଠାତ୍ ଗୋଡ ଖସିଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲେ । ବୁଡିବା ସମୟରେ ତାଙ୍କ ଚିତ୍କାର ଶୁଣି ସେହି ବାଟ ଦେଇ ଯାଉଥିବା ଗାଁର କିଛି ଲୋକେ ପୋଖରୀ କୂଳକୁ ଯାଇଥିଲେ । ହେଲେ ସେତେବେଳକୁ ସରୋଜ ସମ୍ପୂର୍ଣ୍ଣ ପାଣିରେ ବୁଡିଯାଇଥିଲେ ।

ସ୍ଥାନୀୟ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଏକ ବାଇକ୍ ଯୋଗେ ଆନନ୍ଦପୁର ଚିକିତ୍ସାଳୟରେ ପହଁଞ୍ଚାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆନନ୍ଦପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular