ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ ପାଇଥିବା ଦାବି କଲା ନାସା । ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ ପାଇଥିବା ନେଇ ଏକ ରୋମାଂଚକର ଘୋଷଣା କରିଛି । ନାସାର ଦାବି ଅନୁସାରେ, ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ଗୋଲାର୍ଦ୍ଧର ସେହି ସେହି ସ୍ଥାନରେ ପାଣି ଅଛି ଯେଉଁଠି ସୂର୍ୟ୍ୟଙ୍କ କିରଣ ପଡୁଛି । ପାଣିର ଅନୁସନ୍ଧାନ ନାସାର ଷ୍ଟ୍ରାଟୋଫେରିକ ଅବଜେରଭୋଟୋରି ଫର ଇନଫ୍ରେଡ ଆଷଟ୍ରୋନୋମି, ସୋଫିଆ କରିଛି । ଏହି ଦାବି ଅନୁସାରେ, ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ସବୁଠାରୁ ବଡ ଗର୍ତରେ ପାଣିର ସନ୍ଧାନ ମିଳିଛି । ଏବେ ଜଳ କଣାର ସନ୍ଧାନ ମିଳିବା ପରେ ଚନ୍ଦ୍ରକୁ ନେଇ ଅଧିକ ଗବେଷଣା କରୁଥିବା ବୈଜ୍ଞାନିକ ଉତ୍ସାହିତ ହୋଇଛନ୍ତି । ଏଷ୍ଟ୍ରୋଫିଜିକ୍ସ ବିଭାଗର ନିର୍ଦ୍ଦେଶକ ପଲ ହର୍ଜ କହିଛନ୍ତି, ପ୍ରଥମେ ଚନ୍ଦ୍ର ପୃଷ୍ଠରେ ଜଳ କଣା ଥାଇପାରେ ବୋଲି ସଙ୍କେତ ମିଳିଥିଲା । ଆଉ ଏବେ ଜଳକଣାର ସନ୍ଧାନ ମିଳିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0