spot_img

ପୁରୀ ଶ୍ରୀମନ୍ଦିରରେ ଏଏସ୍‌ଆଇର ୪ ଜଣିଆ ଟିମ୍‌

ପୁରୀ : ଶ୍ରୀମନ୍ଦିରର ବାଇଶି ପାହାଚର ହେବ ମରାମତି । ଏଥିଲାଗି ଶ୍ରୀମନ୍ଦିରରେ ପହଞ୍ଚି ପ୍ରତିଟି ପାହାଚର ମାପଚୁପ ସହ ଅନୁଧ୍ୟାନ କରିଛନ୍ତି ଏଏସ୍‌ଆଇର ଟିମ୍‌ । ଦରକାର ପଡ଼ିଲେ ପୁରୁଣା ସ୍ଥାନରେ ନୂଆ ପଥର ଲାଗିବ ।

ତେବେ ମିଳିଥିବା ସୂଚାନନୁସାରେ, ଶ୍ରୀମନ୍ଦିରରେ ପହଞ୍ଚି ବାଇଶି ପାହାଚର ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ପ୍ରତିଟି ପାହାଚର ପଥରକୁ ଗୁରୁତ୍ୱ ସହ ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ଆବଶ୍ୟକ ପଡିଲେ, ଯଦି ପଥର ଖରା ପଡେ, ତେବେ ପୁରୁଣା ପଥର ବଦଳରେ ନୂଆ ପଥର ଲାଗିବା ପାଇଁ ବ୍ୟବସ୍ଥା କରାଯିବ । ସେହିପରି ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ମଧ୍ୟ ଯାଞ୍ଚ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ମରାମତି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular