ଇସଲାମବାଦ: ପାକିସ୍ତାନର ପେଶୱାରଠାରେ ମଙ୍ଗଳବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଯାଇଛି। ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଉଧ୍ୱର୍ ଲୋକ ଆହତ ହୋଇଛନ୍ତି। ପେଶୱାରର ଦିର କଲୋନିରେ ଏହି ବିସ୍ଫୋରଣ ଘଟିଥିବା ଜାଣିବାକୁ ମିଳିଛି। ଏକ ଧାର୍ମିକ ବିଦ୍ୟାଳୟରେ କ୍ଲାସ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟି ଅନେକ ଶିଶୁଙ୍କୁ ପ୍ରଭାବିତ କରିଛି। ବିସ୍ଫୋରଣରେ ଗୁରୁତର ହୋଇଥିବା ଆହତମାନଙ୍କୁ ଚିକିତ୍ସା ପାଇଁ ଲେଡି ରିଡିଂ ହସ୍ପିଟାଲ ଏବଂ ଅନ୍ୟ ଏକ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସିତ ହେଉଥିବା ଅନେକଙ୍କ ଅବସ୍ଥା ସାଂଘାତିକ ଥିବା ଜଣାପଡ଼ିଛି। ଅନେକ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଡାକ୍ତରମାନେ ଆଶଙ୍କା କରୁଛନ୍ତି। ଘଟଣାସ୍ଥଳରେ ପୁଲିସ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0