spot_img

ବାହାରିଲା ସିବିଏସଇ ଦଶମ ପରୀକ୍ଷା ଫଳ , ପାସ୍ ହୋଇଛନ୍ତି ୧୭ଲକ୍ଷ ୧୩ହଜାର ୧୨୧ଛାତ୍ରଛାତ୍ରୀ

ଆଜି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସ୍ଇ) ୨୦୨୦ ଶିକ୍ଷାବର୍ଷର ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ cbseresults.nic.in ସେମାନଙ୍କର ରେଜଲ୍ଟ୍ ଦେଖି ପାରିବେ ।

ଏ ବର୍ଷ ୯୧. ୪୬% ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇଛନ୍ତି। ଗତବର୍ଷ ୯୧. ୧୦% ଛାତ୍ରଛାତ୍ରୀ ପାସ୍ କରିଥିଲେ।୨୦୨୦ ଶିକ୍ଷା ବର୍ଷ ୧୦ମ ପରୀକ୍ଷାରେ ବାଳିକାମାନେ ବାଳକମାନଙ୍କ ଠାରୁ ୩. ୧୭% ଭଲ ରେଜଲଟ୍ କରିଛନ୍ତି । ବାଳିକାମାନଙ୍କର ପାସ୍ ହାର ୯୩. ୩୧% ଥିବା ବେଳେ ବାଳକମାନଙ୍କର ପାସ୍ ହାର ୯୦. ୧୪% ରହିଛି । ଏଥର ଉତ୍ତମ ଫଳାଫଳ ହାସଲ କରିଥିବା ଜିଲ୍ଲାଗୁଡ଼ିକରେ ଅଛନ୍ତି ତ୍ରିଭାନ୍ଦ୍ରମ୍ ୯୯. ୨୮%, ଚେନ୍ନାଇ ୯୮. ୯୫% ଏବଂ ବେଙ୍ଗାଲୁରୁ ୯୮. ୨୩% । ସବୁଠୁ କମ୍ ଫଳାଫଳ ହାସଲ କରିଥିବା ଜିଲ୍ଲା ହେଉଛି ଗୌହାଟି ୭୯. ୧୨% ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular