କରୋନା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ବେଶି ପ୍ରଭାବିତ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ୧୮ଟି ଯାକ ସହରାଞ୍ଚଳକୁ ୫ଦିନ ପାଇଁ ସଟ୍ଡାଉନ୍ କରି ସମୂହ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଗତକାଲି ମଧ୍ୟରାତ୍ରିରୁ ସଟ୍ଡାଉନ୍ ଅବଧି ଶେଷ ହୋଇଛି। ସହରରେ ଗହଳି ହୋଇ ପୁଣି କରୋନା ସ˚କ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଗାଁ-ସହର ଲିଙ୍କ୍ କାଟିବାକୁ ବ୍ରହ୍ମପୁର ମହାନଗର, ହିଞ୍ଜଳି ପୌରାଞ୍ଚଳ ଓ ୧୬ଟି ଏନ୍ଏସିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ଦିନ ପାଇଁ ସିଲ୍ କରାଯାଇଛି। ୧୩ତାରିଖ ମଧ୍ୟରାତ୍ରିରୁ ୨୮ତାରିଖ ମଧ୍ୟରାତ୍ରି ଯାଏ ଏହି କଟକଣା ବଳବତ୍ତର ରହିବ। ସହରାଞ୍ଚଳ ମଧ୍ୟକୁ କେହି ପ୍ରବେଶ କରିପାରିବେ ନାହିଁ କି ସହରାଞ୍ଚଳରୁ କେହି ବାହାରକୁ କୌଣସି ବ୍ଲକ୍କୁ ଯାଇ ପାରିବେନି। ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ ରୋକ୍ ଲଗାଯାଇଛି। ଜରୁରୀ କ୍ଷେତ୍ରରେ ସମ୍ପୃକ୍ତ ଉପଜିଲ୍ଲାପାଳଙ୍କଠାରୁ ଅନୁମତି ଆଣି ଯାଇ ପାରିବେ। କୃଷି ସମ୍ବନ୍ଧୀୟ ଓ ମତ୍ସ୍ୟ, ପଶୁପାଳନ ଏବ˚ ମଣ୍ତି କ୍ଷେତ୍ରରେ କଟକଣା କୋହଳ ରହିବ। ସ୍ଥାନୀୟ ପୁଲିସ ଯାଞ୍ଚ କଡ଼ାକଡ଼ି କରାଯାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0