ନଭେମ୍ବର ୫ ସୁଦ୍ଧା ମୋରାଟୋରିଅମ୍ ସୁବିଧା ନେଇଥିବା ଗ୍ରାହକଙ୍କୁ ମିଳିବ ଟଙ୍କା । ଚକ୍ରବୃଦ୍ଧି ସୁଧ ଛାଡ ସ୍କିମକୁ ଲାଗୁ କରିବାକୁ ଦେଶର ସମସ୍ତ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛନ୍ତି । ବ୍ୟାଙ୍କ ଓ ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ଯେଉଁମାନେ ଋଣ ପ୍ରଦାନ କ୍ଷେତ୍ରରେ ସକ୍ରିୟ ଅଛନ୍ତି ସେମାନେ ସମସ୍ତେ ଏହି ସ୍କିମ୍ ଲାଗୁ କରିବେ । ଦୁଇ କୋଟି ଟଙ୍କାରୁ କମ୍ ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ କରିବାକୁ ସୁପ୍ରିମ୍ କୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି ।
ଅନ୍ୟପକ୍ଷରେ, ନଭେମ୍ବର ୫ ସୁଦ୍ଧା ଲୋକଙ୍କ ଖାତାରେ ଟଙ୍କା ପକାଇବା ପାଇଁ ସରକାର ଋଣ ପ୍ରଦାନକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କିମ୍ର ନିୟମାବଳୀ ଅନୁସାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହାକୁ କାର୍ୟ୍ୟକାରୀ କରିବା ପାଇଁ ଆର୍ବିଆଇ ସମସ୍ତ ଋଣ ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସୁଧ ଉପରେ ସୁଧ ଛାଡ଼(ଚକ୍ରବୃଦ୍ଧି ସୁଧ ଛାଡ଼)କୁ ଦୀପାବଳି ପୂର୍ବରୁ କାର୍ୟ୍ୟକାରୀ କରିବା ପାଇଁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆର୍ଥିକ ସେବା ବିଭାଗ ଚକ୍ରବୃଦ୍ଧି ସୁଧ ଛାଡ଼କୁ କିପରି କାର୍ୟ୍ୟକାରୀ କରାଯିବ ତାହା ଉପରେ ଗାଇଡ୍ଲାଇନ୍ ଜାରି କରିଛି ।
ତେବେ ଏହି ଛାଡ଼ ଦ୍ୱାରା ସରକାରଙ୍କ ରାଜକୋଷ ଉପରେ ୬,୫୦୦ କୋଟି ଟଙ୍କାର ବୋଝ ପଡ଼ିବ । ଅକ୍ଟୋବର ୧୪ରେ ସୁପ୍ରିମ୍ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ଯେ, ଯେତେ ଶୀଘ୍ର ସମ୍ଭବ ଋଣ ସ୍ଥଗିତାଦେଶ ସ୍କିମ୍ ଅନ୍ତର୍ଗତ ଚକ୍ରବୃଦ୍ଧି ସୁଧ ଛାଡ଼ ଲୋକଙ୍କୁ ପ୍ରଦାନ କର । କୋଭିଡ୍ ପରିସ୍ଥିତିରେ ସାଧାରଣ ଲୋକଙ୍କ ଦୀପାବଳି ସରକାରଙ୍କ ହାତରେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା । ଲକ୍ଡାଉନ୍ ଯୋଗୁ ଅର୍ଥନୈତିକ କାର୍ୟ୍ୟକଳାପ ବନ୍ଦ ଥିଲା । ଅନେକ ଲୋକ ଋଣ ଇଏମ୍ଆଇ ପରିଶୋଧ କରିବା ସ୍ଥିତିରେ ନ ଥିଲେ । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ ବ୍ୟାଙ୍କଗୁଡିକ ୬ ମାସ ପାଇଁ ଋଣକର୍ତ୍ତାଙ୍କ ନିମନ୍ତେ ପରିଶୋଧ ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0