ପୁରୀ : ପୁରୀ ବ୍ଲୁ ଫ୍ଲାଗ ବିଚରେ ଭାସି ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ସମୁଦ୍ରରୁ ଭାସୁଥିବା ଅବସ୍ଥାରେ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି ।
ମଙ୍ଗଳବାର ପୁରୀ ବ୍ଲୁ ଫ୍ଲାଗ ବିଚରେ ଗାଧୋଇବା ବେଳେ ଭାସି ଯାଇଥିଲେ ଝାଡଖଣ୍ଡର ପର୍ଯ୍ୟଟକ ତାନିସ୍କ ବିନୋୟ । ମଙ୍ଗଳବରା ମଧ୍ୟାହ୍ନ ସମୟରେ ତାନିସ୍କ ତାଙ୍କ ପରିବାର ସହ ବ୍ଲୁ ଫ୍ଲାଗ ବିଚ୍ ବୁଲିବାକୁ ଆସି ସମୁଦ୍ରରେ ସ୍ନାନ କରୁଥିଲେ। ତେବେ ଗଭୀର ସମୁଦ୍ର ଭିତରକୁ ପଶି ଯିବାରୁ ତାଙ୍କର ପତ୍ତା ମିଳିନଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମୁଦ୍ର ଭିତରେ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ତାନିସ୍କଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ବୁଧବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0