spot_img

ଲୋକାଲ ଫର ଭୋକାଲର ଉଦାହରଣ ପାଲଟିଛି ଉତ୍ତରପ୍ରଦେଶ

ଲକ୍ଷ୍ନୌ: ଦିନକୁ ଦିନ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତତା ହେବାରେ ଲାଗିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ୱାନ କରିଥିଲେ । ଏହା ସହ ଚାଇନାର ସାମଗ୍ରୀକୁ ବୟକଟ କରିବା ପାଇଁ କହିଥିଲେ । ହେଲେ ଚାଇନାକୁ ବୟକଟ କରି ଆଗକୁ ବଢି ହେବନି ବୋଲି ବିଶେଷଜ୍ଞ ଦାବି କରିଥିଲେ । ଏପରିସ୍ଥଳେ ଉତ୍ତରପ୍ରଦେଶର ଏକ ସ୍ଥାନୀୟ ସାମଗ୍ରୀ ବଜାରରେ ନିଜର ସ୍ଥିତି ଜାହିର କରିବା ଆରମ୍ଭ କରିଛି । ତେବେ ‘ଲୋକାଲ ଫର ଭୋକାଲ’ ଏବଂ ‘ଆତ୍ମନିର୍ଭରଶୀଳ ଭାରତ’ ରାସ୍ତାରେ ୟୁପିର କିଛି ସାମଗ୍ରୀ ଚାଇନା ସମଗ୍ରୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏପରି ହେଲେ ଆଗାମୀ ଦିନରେ ଚାଇନା ହାତରେ ଥିବା କିଛି ବଜାରକୁ ୟୁପି ଦଖଲ କରିବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular