ଉତ୍ତରପ୍ରଦେଶ: ମିରଠରେ ବଡ ଧରଣର ବିସ୍ଫୋରଣ ଘଟିଛି । ମିରଠର ସରଧନା ଅଞ୍ଚଳର ଯାଦଗାନ ଆପାର୍ଟମେଣ୍ଟରେ ଏଭଳି ବିସ୍ଫୋରଣ ଦେଖିବାକୁ ମିଳଥିଲା । ବିସ୍ଫୋରଣରେ ୨ ଜଣଙ୍କର ମୃତୁ୍ୟ ହୋଇଛି । ଏହା ସହ ଅନେକ ଲୋକ ଗୁରୁତର ହୋଇଛନ୍ତି । ଯେଉଁଘରେ ବିସ୍ଫୋରଣ ହୋଇଛି ସେଠାରେ ବିପୁଳ ପରିମାଣର ବାଣ ରହିଥିଲା ବୋଲି ପୋଲିସ୍ କହିଛି । ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ପ୍ରଥମେ ଗୁରୁତରମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହ ଏହି ଆପାର୍ଟମେଣ୍ଟକୁ ସିଲ କରିଥିଲା । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ,ଆଖପାଖରେ ଥିବା କିଛି ଘରର ଛାତ ବି ଉଡିଯାଇଥିବା ଦେଖିବାକୁ ମିଳିଛି । ସକାଳ ସାଢେ ୯ ବେଳେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଘଟିଥିବା ଘରଟି ପୂର୍ବତନ ନଗର ଅଧ୍ୟକ୍ଷ ଆସିମ୍ଙ୍କର ହୋଇଥିବା ବେଳେ ତାଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଛି ।
କୁହାଯାଉଛି କି ଆସିମଙ୍କର ବାଣ ବ୍ୟବସାୟ ଥିଲା । ଦୀପାବଳୀ ପାଇଁ ସେ ଏହି ଘରେ ବାଣ ମହଜୁଦ କରି ରଖିଥିଲେ । ଏହା ସହ ବାଣ ତିଆରିରେ ବ୍ୟବହୃତ ବାରୁଦ ବି ଏଠରେ ମହଜୁଦ୍ କରି ରଖାଯାଇଥିଲା । କୌଣସି କାରଣରୁ ଏଥିରେ ନିଆଁ ଲାଗିଯିବାରୁ ଏଭଳି ବିସ୍ଫୋଣ ଘଟିଛି । ଏନେଇ ପୋଲିସ ଏବେ ଆପାର୍ଟମେଣ୍ଟକୁ ସିଲ୍ କରି ବିସ୍ଫୋରଣର କାରଣ ଖୋଜୁଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0