spot_img

ଚୌଦ୍ବାରରେ ନକଲି ସୁନା ଇଟା କାରବାର

କଟକ : ସୁନା ଇଟା ବିକ୍ରୀ କରିବାକୁ କହି ଠକେଇ। ଏଭଳି ଠକେଇର ପର୍ଦ୍ଦାଫାସ କରିଛି ଚୌଦ୍ୱାର ପୋଲିସ। ନକଲି ସୁନା ଇଟା ଜବତ କରିବା ସହିତ ନଗଦ୧ ଲକ୍ଷ ୪୫ ହଜାର ଟଙ୍କା ମଧ୍ୟ ପୋଲିସ୍‌ ଜବତ କରିଛି । ଠକେଇରେ ସାମିଲ ଥିବା ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଚୌଦ୍ୱାର ତଳ ବଜାରର ସିତୁ ଓରଫ ବିଜୟ ବେରୋ ଏବଂ ବିହାର ସମସ୍ତିପୁର ଅଞ୍ଚଳର ସଂଗ୍ରାମ ମହାନ୍ତ ନାମକ ଦୁଇ ଜଣଙ୍କୁ ପୋଲିସ୍‌ ଗିରଫ କରିଛି । ସିତୁ ୫ ଲକ୍ଷ ଟଙ୍କାରେ ଏହି ସୁନା ଇଟା କିଣିଥିଲା । ତେବେ ପରେ ଏହା ନକଲି ବୋଲି ଜଣାପଡ଼ିଥିଲା । ଏକଥା ପୋଲିସ୍‌ ପାଖରେ ପହଞ୍ଚିବା ପରେ ତନାଘନା ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular