ରାଉରକେଲା: ରାଉରକେଲାର ସେକ୍ଟର ୧୯ ମୁଣ୍ଡା ମାର୍କେଟରେ ଆଜି ସକାଳ ପ୍ରାୟ ୬ଟାରେ ଜଣେ ବେପାରୀ ଉନ୍ମତ୍ତକାଣ୍ତ ଘଟାଇଥିବାର ଖବର ମିଳିଛି। ଗଛରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେପାରୀଙ୍କୁ ପ୍ରାୟ ଦୁଇ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି କ୍ଷ ବେପାରୀ ଜଣକ ହେଲେ ସେକ୍ଟର ୧୯ ରାମଗଡ଼ ବସ୍ତିର ରମେଶ ଚନ୍ଦ୍ର ଗୌଡ଼ କ୍ଷ ଆରଏସପି ଲ୍ୟାଣ୍ଡ ଗାର୍ଡ କର୍ମଚାରୀ ମାର୍କେଟରେ ହଇରାଣ ହରକତ କରୁଥିବାରୁ ରମେଶ ଏଭଳି କାଣ୍ଡ କରିଥିବା କୁହାଯାଉଛି କ୍ଷ ରମେଶ ଆଇସକ୍ରିମ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ କ୍ଷ ବେପାର ନ ଚାଲିବାରୁ ଆଇସକ୍ରିମ ବେପାର ଛାଡି ପଇଡ଼ ବେପାର କରିଥିଲେକ୍ଷ ମୁଣ୍ଡା ମାର୍କେଟ ରାସ୍ତା ପାର୍ଶ୍ଵରେ ପଇଡ଼ ବିକୁଥିଲେ କ୍ଷ କିନ୍ତୁ ଲ୍ୟାଣ୍ଡ ଗାର୍ଡ କର୍ମଚାରୀ ଅଧିକାଂଶ ସମୟରେ ରମେଶକୁ ବସିବାକୁ ଦେଉ ନ ଥିଲେ , ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ରମେଶ କ୍ଷ ଆଜି ସକାଳ ପ୍ରାୟ ୬ଟାରେ ମାର୍କେଟ ନିକଟରେ ଥିବା ଚାକୁଣ୍ଡା ଗଛରେ ଚଢି ତଳକୁ ଡେଇଁ ଆତ୍ମହତ୍ୟା କରୁଥିଲେକ୍ଷ ମାର୍କେଟର କିଛି ଲୋକ ତାଙ୍କୁ ଦେଖି ରୋକିଥିଲେକ୍ଷ ଗଛରୁ ଓହ୍ଲାଇ ଆସିବାକୁ କହିଥିଲେ କ୍ଷ ମାତ୍ର ସେ ଓହ୍ଲାଇ ନ ଥିଲେକ୍ଷ ଫଳରେ ସେମାନେ ବାଧ୍ୟ ହୋଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ କ୍ଷ



Visitors Today : 1
Total Visitors : 130427
Total Views : 9891958
Visitors Online Now : 0