ଉତ୍ତରପ୍ରଦେଶ: ରାଜ୍ୟସଭା ନିର୍ବାଚନରେ ଦଳର ଅଦେଶକୁ ଅବମାନନା କରିଥିବା ୭ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି ବିଏସପି। ଏନେଇ ବିଏସପି ଅଧ୍ୟକ୍ଷ ମାୟାବାତି ବିଧି ବଧ ଘୋଷଣା କରିଛନ୍ତି । ଏହାସହିତ ମାୟାବତୀ କହିଛନ୍ତି କି ପୌର ନିର୍ବାଚନରେ ବିଏସପି ଜେସା କୁ ତେଶା ନିତୀ ଆପଣାଇବ । ବିଜେପିକୁ ଭୋଟ ଦେବାର ଆବଶ୍ୟକତା ପଡିଲେ ତାହା ବି କରାଯିବ । ନିଲମ୍ବିତ ହୋଇଥିବା ବିଧାୟକ ମାନଙ୍କ ମଧ୍ୟରେ ଅଛନ୍ତି ଅସଲମ୍ ଶାହାନୀ, ଅସଲମ ଅଲ୍ଲୀ,ମୁଜତବା ସିଦ୍ଦୀକ୍, ହାକିମ୍ ଲାଲ ବିନ୍ଦ, ହରଗୋବିନ୍ଦ ଭାର୍ଗବ, ସୁଷମା ପଟେଲ, ଓ ବନ୍ଦନା ସିଂ । ଏମାନଙ୍କୁ ନିଲମ୍ବିତ କରାଯାଇଥିବା ନେଇ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ କହିଥିଲେ କି ଉତ୍ତରପ୍ରଦେଶ ପୌର ନିର୍ବାଚନରେ ଦଳ ପୁରା ଦମରେ ନିର୍ବାଚନ ମଇଦାନକୁ ଉହ୍ଲାଇବ । ଏଥିପାଇଁ ଯଦି ବିଜେପିକୁ ଭୋଟ ଦେବାକୁ ପଡେ ସେ ପଛଘୁଂଚା ଦେବେ ନାହିଁ । ୧୯୯୫ ମସିହାରେ ହୋଇଥିବା ମାମଲା ପ୍ରତ୍ୟାହାର କରିବା ତାଙ୍କର ଏକ ବଡ ଭୁଲ ବୋଲି ସେ ସ୍ୱିକାର କରିଛନ୍ତି । ଅନ୍ୟପଟେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ବି ଟର୍ଗେଟ କରିଛନ୍ତି ମାୟାବାତୀ । ମୟାବତୀ କହିଛନ୍ତି କି ବିଏସପି ନିଷ୍ପତ୍ତି କରିଥିଲା କି ଅଖିଳେଶ ଯାଦବ ରାଜ୍ୟସଭା ନିର୍ବାଚନରେ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ପ୍ରାର୍ଥୀ କଲେ ବିଏସପି ତାଙ୍କୁ ସମର୍ଥନ କରିବ । ଅନ୍ୟପଟେ ସମାଜବାଦୀ ପାର୍ଟି ଶାସନ କାଳରେ ଉତ୍ତରପ୍ରଦେଶରେ ମାଫିଆ ଓ ଗୁଣ୍ଡା ମାନଙ୍କର ଶାସନ ଚାଲୁଥିଲା ବୋଲି ମାୟାବତୀ ଅଭିଯୋଗ କରିବା ସହ ଏବେ ଅଖିଳେଶ ରାଜ୍ୟର ଲୋକଙ୍କୁ ବୋକା ବନାଇବାକୁ ଯାଉଛନ୍ତି । ଉତ୍ତରପ୍ରଦେଶରେ ରାଜ୍ୟସଭା ସାଂସଦ ନିର୍ବାଚନ ବେଳେ ବିଏସପିର ୭ ଜଣ ବିଧାୟକ ଦଳର ହ୍ୱିପ ବିରୋଧରେ ଭୋଟ ଦାନରୁ ବିରତ ରହିଥିଲେ । ଏହା ପରେ ସେମାନେ ସମାଜବାଦୀ ପାର୍ଟିରେ ଯୋଗ ଦେବା ନେଇ ଚର୍ଚ୍ଚା ଧରିବା ପରେ ମାୟାବାତୀ ସେମାନଙ୍କୁ ବହିସ୍କୃତ କରିଛନ୍ତି ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 1