ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବୃଦ୍ଧି ପାଉଛି। ସେଞ୍ଚୁରୀ ଛୁଇଁବାକୁ ବସିଲାଣି ପିଆଜ ଦର। ରାଜ୍ୟରେ ବର୍ତ୍ତମାନ ପିଆଜ ଦର ୮୦ ରୁ ୯୦ ଟଙ୍କା ବିକ୍ରି ହେଉଛି । ଏହାର ପ୍ରଭାବ ସିଧା ସଳଖ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଉପରେ ପଡୁଛି। ପିଆଜ ଦର ନିୟନ୍ତ୍ରଣ ନ ହେଲେ ଦିନ ମଜୁରିଆ ଏବଂ ଖଟିକିଆ ଲୋକ ଏଭଳି ଭାବେ ହନ୍ତସନ୍ତ ହେବେ। ଦିନକୁ ଦିନ ପିଆଜ ଦର ଆକାଶ ଛୁଆଁ ହେଲାଣି। ପିଆଜ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ସ୍ବଳ୍ପ ରୋଜଗାର କରୁଥିବା ଜଣେ ମଣିଷ ଅଧା କିଲୋ ପିଆଜ କିଣି ଖାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଛି।
ସେପଟେ ବ୍ୟବସାୟୀଙ୍କ କହିବା କଥା ହେଲା ହାଇଦ୍ରାବାଦ କିମ୍ୱା ବେଙ୍ଗାଳୁରୁର ପିଆଜ ଆସିଥାଏ। ଯାହା ସେପଟେ ବନ୍ୟା ଲାଗି ମାଲ ମିଳି ପାରୁ ନାହିଁ। ଯାହାଫଳରେ ଚଢା ଦରରେ ବ୍ୟବସାୟୀମାନେ ପିଆଜ କିଣି ବିକ୍ରି କରୁଛନ୍ତି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0