spot_img

ଚଳିତ ବର୍ଷ ଅନଲାଇନ ପଞ୍ଜିକରଣ କରିଛନ୍ତି ଅଧିକ ଚାଷୀ

ଭୁବନେଶ୍ୱର: ସରକାରଙ୍କ ଖରିଫ ଧାନ ସଂଗ୍ରହ ଚିନ୍ତା । ୨୦୧୯-୨୦ ବର୍ଷରେ ୧୨ ଲକ୍ଷ ୩୫ ହଜାର ଚାଷୀ ଅନଲାଇନରେ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ଏଥିରେ ଆଉ ଅଢେଇ ଲକ୍ଷ ବୃଦ୍ଧି ପାଇଛି । ମୋଟ ୧୪.୯୭ ଲକ୍ଷ ଚାଷୀ ୨୦୨୦-୨୧ ବର୍ଷ ପାଇଁ ଅନଲାଇନରେ ପଞ୍ଜିକରଣ କରିଛନ୍ତି । ସରକାରଙ୍କ ଉପରେ ଚାଷୀଙ୍କ ଭରସା ବଢ଼ିଥିବାରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । ଟୋକନ ବ୍ୟବସ୍ଥାରେ ସମସ୍ତେ ଉପକୃତ ହୋଇଛନ୍ତି । ଏଥର ବି ଟୋକନ ବ୍ୟବସ୍ଥାରେ ସୁଧାର ଅଣାଯାଇଛି । ଅଗ୍ରୀମ ଟୋକନ ମେସେଜ ଫୋନକୁ ଆସିବ । ଯେଉଁ ଦିନ ପାଇଁ ଟୋକନ ହୋଇଥିବ ସେ ମେସେଜ ଫୋନକୁ ୭ ଦିନ ପୂର୍ବରୁ ଆସିବ । କେଉଁ ଦିନ କେଉଁ ଚାଷୀ ପିପିସି ଯିବେ, ସେ କଥା ମେସେଜରେ ରହିବ । ସେହିପରି ଚଚଉ ନୋଟିସ ବୋର୍ଡରେ ବି ଉଲ୍ଲେଖ ରହିବ କେଉଁ ତାରିଖରେ ଚାଷୀ ଆସିବେ ଏବଂ ଧାନ ବିକିବେ । ଟୋକନ ନ ପାଇଲେ ୧୯୬୭ ଟୋଲ ଫ୍ରି ନମ୍ବରକୁ ଫୋନ କଲେ ଚାଷୀ ସୂଚନା ପାଇପାରିବେ । ଜଳ ସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୩ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବ । କଳାହାଣ୍ଡି, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର ପରି ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲା ଯେଉଁଠି ଅଧିକ ଅମଳ ହୁଏ, ସେଠି ଊଖଚଉ ନଭେମ୍ବର ୧୫ ଭିତରେ ସ୍ଥିର କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular