ନୂଆଦିଲ୍ଲୀ: ଭାରତର ପ୍ରଥମ ୱାଲଡ୍ କପ୍ ବିଜେତା କ୍ରିକେଟ ଟିମର କ୍ୟାପେଟ କପିଳ ଦେବ ନିକଟରେ କରୋନରୀ ଏଞ୍ଜିଓପ୍ଲାଷ୍ଟିକ୍ କରି ସୁସ୍ଥ ହୋଇଛନ୍ତି । ଗୁରୁବାର ସୁସ୍ଥ ହେବା ପରେ ସେ ଏକ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସେ କହିଛନ୍ତି ୧୯୮୩ ରେ ୱାଲର୍ଡ କପ୍ ଜିତିଥିବା ଭାରତୀୟ ଟିମର ସମସ୍ତ ଖେଳାଳି ମୋ ପରିବାର ମୁଁ ସମସ୍ତଙ୍କ ସହିତ ସାକ୍ଷାତ କରିବାକୁ ଚାହୁଁଛି । ଭିଡିଓରେ ସେ କହିଛନ୍ତି, ‘ ମୋ ପରିବାର ୮୩ । ମୌସମ ବହୁତ ଭଲ ରହିଛି ଏବଂ ମୁଁ ସମସ୍ତଙ୍କ ସହ ପୁଣି ଥରେ ଭେଟିବାକୁ ଚାହୁଁଛି । ଆପଣମାନଙ୍କର ଚିନ୍ତା ଓ ଶୁଭକାମନା ପାଇଁ ତୁମକୁ ଧନ୍ୟବାଦ । ମୁଁ ଆଶା କରୁଛି ଆମେ ଖୁବ୍ ଶୀଘ୍ର ଭେଟିବା । ଆଗକୁ ନୂଆ ବର୍ଷ ଆସୁଛି । ମୁଁ ଆଶା କରୁଛି କି ଆସୁଥିବା ବର୍ଷଟି ଆମ ସମସ୍ତଙ୍କ ପାଇଁ ଶୁଭପ୍ରଦ ହେଉ । ମୁଁ ତୁମ ସମସ୍ତଙ୍କୁ ଭଲ ପାଏ ।’ ଗତ ସପ୍ତାହରେ ହୃଦୟ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0