କଟକ : କରୋନା ପାଇଁ ଫିକା ପଡ଼ିଛି ସବୁ ପର୍ବପର୍ବାଣୀ । ଏଭଳି ପରିସ୍ଥିତିରେ ଦେଶରେ ପ୍ରସିଦ୍ଧ ବାଲିଯାତ୍ରା ଉପରେ ମଧ୍ୟ ରୋକ ଲାଗିଛି । ମହାମାରୀ ପାଇଁ ଚଳିତବର୍ଷ ହେବନି କଟକ ପ୍ରସିଦ୍ଧ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଏଥି ସହ ସାମୂହିକ ବୋଇତବନ୍ଦାଣ ଉପରେ ମଧ୍ୟରେ ରୋକ ଲଗାଇଛି ପ୍ରଶାସନ।ସେହିପରି ଏବର୍ଷ ବଡଓଷା ଓ ପଂଚୁକରେ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ଯିବା ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲାପ୍ରଶାସନ । ପ୍ରତ୍ୟକ ବର୍ଷ କାର୍ତ୍ତିକ ପୂଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ମହାନଦୀ ପଠାରେ ଆୟୋଜନ ହୋଇଥାଏ । ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥାଏ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0