ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି। ଆଗକୁ ଶୀତଦିନ ଆସୁଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ ଚିକିତ୍ସା ସୁବିଧାକୁ ଆସନ୍ତା ଡିସେମ୍ବର ୩୧ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ବୈଷୟିକ କମିଟି ଏଭଳି ପ୍ରସ୍ତାବ ଦେଇଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। କୋଭିଡ ହସ୍ପିଟାଲ, କୋଭିଡ କେୟାର ହୋମ୍, କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ସେସବୁକୁ ବନ୍ଦ କରିବା ଲାଗି ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଥିଲା। ଏବେ ଜାରି ହୋଇଥିବା ଚିଠିରେ କୋଭିଡ ଫାସିଲିଟି ଗୁଡ଼ିକରେ ଗତ ଦୁଇ ସପ୍ତାହ ହେବ ୫୦ ପ୍ରତିଶତରୁ ମଧ୍ୟ କମ ରୋଗୀ ଅଛନ୍ତି। ଏ ଦୃଷ୍ଟିରୁ ସାଧାରଣ ଶଯ୍ୟାକୁ ୫୦ ପ୍ରତିଶତ ପର୍ୟ୍ୟନ୍ତ କମ କରିବା ଲାଗି କୁହାଯାଇଛି। ମାତ୍ର ଆଇସିୟୁ, ମାତୃକାଳୀନ ଓଟି, ଲେବର ରୁମ, ଡାଏଲିସିସ ପ୍ରଭୃତିରେ କୌଣସି କାଣ୍ଟଛାଣ୍ଟ ନ କରିବା ଲାଗି କୁହାଯାଇଛି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0