spot_img

୩୧ରେ ରାଷ୍ଟ୍ରୀୟ ଏକତା ଦିବସ

ଅକ୍ଟୋବର ୩୧ରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେବ। ଏହି ଦିବସକୁ ପାଳନ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଅବଗତ କରାଯାଇଛି। ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ଦିବସ ପାଳନ କରିବେ। ୟୁଜିସି ସଚିବ ପ୍ରଫେସର ରଜନୀଶ ଜେନ ଏନେଇ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି କହିଛନ୍ତି ଯେ କୋଭିଡ୍-୧୯ ନିୟମାବଳୀ ପାଳନ କରି ଶିକ୍ଷାନୁଷ୍ଠାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିବେ। ବକ୍ତୃତା ଓ ତର୍କ ଭଳି ବିଭିନ୍ନ ପ୍ରତିଯୋଗିତା ହେବ। ‘ଦେଶର ସୁରକ୍ଷା ଓ ଏକତା’ ସମ୍ବନ୍ଧରେ ଅବସରପ୍ରାପ୍ତ ଓ କାର୍ୟ୍ୟରତ ସେନା ଅଧିକାରୀଙ୍କ ଦ୍ବାରା ଆଲୋଚନାଚକ୍ର ଆୟୋଜନ କରାଯିବ। ଦିବସ ପାଳନ ସମ୍ପର୍କିତ ରିପୋର୍ଟ ଓ ଫଟୋ ୟୁନିଭର୍ସିଟି ଆକ୍ଟିଭିଟି ମନିଟରିଙ୍ଗ ପୋର୍ଟାଲରେ ଅପଲୋଡ କରିବାକୁ ୟୁଜିସି ପକ୍ଷରୁ ନିର୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular