ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁଲିସ ଏକ ଆଇପିଏଲ ବେଟିଂ ରାକେଟର ପର୍ଦାଫାସ କରିଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କଠାରୁ ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା, ୪ଟି ମୋବାଇଲ ଏବଂ ୩ଟି ଏଟିଏମ କାର୍ଡ ଜବତ ହୋଇଥିବା ଜଣାଯାଇଛି।ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୋଷାଣୀନୂଆଗାଁର ଆର ଲାଲି ଆଚାରୀ ଏବଂ ବ୍ରହ୍ମପୁର ସହରର କେ ପ୍ରଶାନ୍ତ କୁମାର ସୁବୁଦ୍ଧି। ଏ ଦୁହେଁ ଦୁବାଇ, ମୁମ୍ବାଇ, କୋଲକାତା ଏବଂ ଦିଲ୍ଲୀରେ ଥିବା ଏଜେଣ୍ଟମାନଙ୍କ ସହାୟତାରେ ଆଇପିଏଲ ଅନଲାଇନ ବେଟିଂ ଲାଗି କେତେକ ସ୍ଥାନୀୟ ଲୋକଙ୍କଠାରୁ ବିପୁଳ ଅର୍ଥ ସଂଗ୍ରହ କରୁଥିଲେ। ବେଟିଂ ସଂପର୍କରେ ସୂଚନା ପାଇ ପୁଲିସ ସେମାନଙ୍କୁ ଗିରଫ କରିଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0