spot_img

କାଗଜ ବୋତଲରେ ମିଳିବ ହ୍ୱିସ୍କି

ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ୨୦୦ ବର୍ଷ ପୁରୁଣା ଜନି ୱାକର ବ୍ରାଣ୍ଡ୍ କାଚ ବଦଳରେ କାଗଜ ବୋତଲରେ ହ୍ୱିସ୍କି ବଜାରକୁ ଛାଡ଼ିବାକୁ ଯୋଜନା କରିଛି । ପରିବେଶକୁ ଦୃଷ୍ଟିରେ ରଖି କଂପାନୀ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହି କମ୍ପାନୀ ପ୍ଲାଷ୍ଟିକର ବ୍ୟବହାର ହ୍ରାସ ଉପରେ ଗୁରୁତ୍ୱ ଦେଉଛି । ୟୁରୋପରେ ୨୦୧୮ ମସିହାରେ ଖାଦ୍ୟ ଏବଂ ପାନୀୟ ପ୍ୟାକିଂରେ ୮୨ ଲକ୍ଷ ଟନ୍ ପ୍ଲାଷ୍ଟିକ ବ୍ୟବହାର ହୋଇଛି । ତେଣୁ କମ୍ପାନୀର ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଏହି ବୋତଲ ତିଆରି କରିବାକୁ କମ୍ପାନୀ ପାଲପେକସ ନାମକ ଅନ୍ୟ ଏକ ଫାର୍ମା କମ୍ପାନୀ କରିବାକୁ ଯାଉଛି, ଯାହା ୟୁନିଲିଭର ଏବଂ ପେପସିକୋ ଭଳି ବ୍ରାଣ୍ଡ ପାଇଁ ମଧ୍ୟ କାଗଜ ବୋତଲ ଉତ୍ପାଦନ କରିବ। କାଠଗୁଣ୍ଡରୁ ପ୍ରସ୍ତୁତ ଏହି କାଗଜର ପରୀକ୍ଷଣ ୨୦୨୧ ରେ ହେବ । ଏହି ବୋତଲଗୁଡ଼ିକୁ ପୁଣି ଥରେ ବ୍ୟବହାର କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular