spot_img

ଆରପାରିରେ ପୁଣି ଜଣେ କରୋନା ଯୋଦ୍ଧା

ଖୋର୍ଦ୍ଧା୧୫/୭: ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ। ଔଷଧ ବାଣ୍ଟି ବେଳେ ଟଳି ପଡିଲେ ଆଶା ଦିଦି। ଖୋର୍ଦ୍ଧା ଓବରିସିଂହ ପଞ୍ଚାୟତର ଡିହ ଖୋଳା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାମ ପୂର୍ଣ୍ଣମାସୀ ବଳିୟାରସିଂ। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣା ପଡି ନାହିଁ । ତେବେ ନିଜ କର୍ତ୍ତବ୍ୟ କରୁଥିବା ବେଳେ ଆଶା ଦିଦି ଟଳି ପଡିଛନ୍ତି । ଏହା ପରେ ସ୍ଥାନୀୟ ଅଞ୍ଚଳେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଯୋଗ୍ୟ ପୂର୍ବରୁ ରାଜ୍ୟରେ ଅନେକ କରୋନା ଯୋଦ୍ଧାଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରେ ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା । ପ୍ରଥମ କରି ଜଣେ କନଷ୍ଟେବଳଙ୍କ ସମେତ ଜଣେ ପ୍ରଧାନଶିକ୍ଷକ ଓ ଜଣେ ଅଙ୍ଗନବାଡି ସୁପର୍ଭାଇଜର୍ଙ୍କ ମୃତ୍ୟୁ ଘଟିଥିଲା । ପୂର୍ବରୁ ୪ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ ।
ଜିଲ୍ଲାରେ ଗତ କିଛି ଦିନରେ ଆଉ ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାପାଳ ଶୋକବାର୍ତ୍ତା ପ୍ରକାଶ କରିଥିଲେ । ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ଜଣେ ପୋଲିସ କର୍ମଚାରୀଙ୍କ କରୋନାଜନିତ ମୃତ୍ୟୁ ଘଟିଥିଲା । ଆସିକା ଥାନା କୋଟିନଡା ଫାଣ୍ଡିରେ ନିୟୋଜିତ ୫୫ ବର୍ଷ ବୟସ୍କ କନେଷ୍ଟବଲ ଗୋଲକ ନାୟକଙ୍କ କୋଭିଡ୍ ହସ୍ପିଟାଲ୍ରେ ମୃତ୍ୟୁ ଘଟିଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଥିଲେ । ଗଞ୍ଜାମ ଏସ୍ପି ମୃତକଙ୍କ ପରିବାରକୁ ରବିବାର ଭେଟି ସମବେଦନା ମଧ୍ୟ ଜ୍ଞାପନ କରିଥିଲେ ।

ଏଥିସହ ଆସିକା ବ୍ଲକ୍ ସିଙ୍ଗିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୌରହରି ବେହେରା ଏବଂ ସାନଖେମୁଣ୍ଡି ବ୍ଲକ୍ ଆଇସିଡିଏସ୍ ଅନ୍ତର୍ଗତ ଅଙ୍ଗନବାଡି ସୁପର୍ଭାଇଜର୍ କେ.ଅଶାନ୍ତ ପାତ୍ରଙ୍କ ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ସମଗ୍ର ଜିଲ୍ଲା ପ୍ରଶାସନ ତରଫରୁ ସମବେଦନା ଜଣାଇବା ସହ ଏହି କୋଭିଡ୍ ଯୋଦ୍ଧାଙ୍କ କର୍ତ୍ତବ୍ୟ ନିଷ୍ଠା, ପରିଶ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଦର୍ଶାଇଛନ୍ତି । ପୂର୍ବରୁ ଜିଲ୍ଲାରେ ୪ କରୋନା ଯୋଦ୍ଧା (୨ ଶିକ୍ଷକ, ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ ବ୍ଲକ୍ କନିଷ୍ଠ ଯନ୍ତ୍ରୀ)ଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ଗତ ୬ ତାରିଖରେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular