ଭୁବନେଶ୍ୱର : ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ହେଲାଣି ଆଣ୍ଟିବଡ଼ି। ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ପରେ RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଆଜି ଏପରି କହିଛନ୍ତି।
ସେ କହିଛନ୍ତି-“ସର୍ଭେ ଅନୁସାରେ ଭୁବନେଶ୍ୱରର ୫୦% ଲୋକଙ୍କୁ ଛୁଇଁଗଲାଣି କରୋନା। କରୋନା ସଂସ୍ପର୍ଶରେ ଆସିବା ପରେ ଦେହରେ ବିକଶିତ ହୋଇଛି ଆଣ୍ଟିବଡ଼ି। ଜୁଲାଇ ୧୧ ପ୍ରଥମ ସର୍ଭେରେ ମାତ୍ର ୧.୪୨% ଲୋକଙ୍କ ଆଣ୍ଟିବଡି ଥିଲା। ଅଗଷ୍ଟ ୨୮ ଦ୍ୱିତୀୟ ସର୍ଭେରେ ୫.୧% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା। ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ହୋଇଥିଲା ୩ୟ ପର୍ଯ୍ୟାୟ ସେରୋ ସର୍ଭେ ୨୫ଟି ୱାର୍ଡରୁ ୧୪୦୩ ସାମ୍ପଲ ନିଆଯାଇ ପରୀକ୍ଷା କରାଯାଇଥିଲା। ୫୫ ନମ୍ବର ୱାର୍ଡରୁ ସର୍ବନିମ୍ନ ୨୮% ଓ ୧୬ରୁ ସର୍ବାଧିକ ୬୩% ମିଳିଥିଲା।”
ଡକ୍ଟର ପତି ଆହୁରି କହିଛନ୍ତି-“୫ଟି ୱାର୍ଡରେ ଆଣ୍ଟିବଡ଼ି ବିକଶିତ ଲୋକଙ୍କ ସଂଖ୍ୟା ୬୦%ରୁ ଅଧିକ ରହିଛି। ସର୍ଭେ ଅନୁସାରେ ଏଯାଏ ଆହୁରି ୫୦% ଲୋକଙ୍କୁ ଛୁଇଁନି କରୋନା। ୫୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ କରିନାହିଁ। ସେମାନେ ଏବେ ବି ସମ୍ବେଦନଶୀଳ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ସାମାଜିକ ଦୂରତ୍ୱ ଓ ମାସ୍କ ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଜରୁରୀ।”
ଗତକାଲି ସୁଦ୍ଧା ଭୁବନେଶ୍ୱର ଅଞ୍ଚଳରେ ୨୮୯୮୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭୦୮୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୭୭୨ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0