ଶ୍ରୀନଗର: ଜାମ୍ମୁକାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାର ହରାଇଥିବା ୩ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପାଇଁ ଲସ୍କର ଆତଙ୍କବାଦୀ ନିଜକୁ ଦାୟୀ କରିଛନ୍ତି । ଭାରତୀୟ ସୁରକ୍ଷାବଳ ଏହି ଆତଙ୍କବାଦୀଙ୍କୁ ଧରିବା ଲାଗି ତଲାସି ଅଭିଯାନ ଜୋରଦାର କରିଥିବା ବେଳେ ଲସ୍କରର ତିନି ଜଣ ଆତଙ୍କବାଦୀ ସଂପ୍ରତି ସୁରକ୍ଷାବଳଙ୍କ ଟାଗେର୍ଟରେ ରହିଛି । ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀର ପୁଲିସ ଆଇଜି କହିଛନ୍ତି, ଅଗଷ୍ଟ ୫ ପୂର୍ବରୁ ହିଁ ଆତଙ୍କବାଦୀଙ୍କ ନିଶାଣରେ ଥିବା ୧୬ ରୁ ୧୯ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିଲୁ ଏବଂ ଏହି ସବୁ ଲୋକଙ୍କୁ ଅଲଗା ଅଲଗା ହୋଟେଲ୍ରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରେ ଫିଦା ହୁସୈନ ମଧ୍ୟ ଥିଲେ। କିନ୍ତୁ କିଛି ଦିନ ପୂର୍ବେ ସେ ଶପଥ ପତ୍ର ଦେଇ ଘରକୁ ଚାଲି ଯାଇଥିଲେ। ଆମ ଟିମ୍ ଏହାର ମଧ୍ୟ ତଦନ୍ତ କରୁଛନ୍ତି ଯେ, ଫିଦା ହୁସୈନ ଏତେ ଦୂର କଣ ପାଇଁ ଆସିଥିଲେ। ଏଠାରେ ଆତଙ୍କବାଦୀ ତାଙ୍କୁ ହତ୍ୟା କରିଥିଲେ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0