ଭୁବନେଶ୍ୱର: ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ବଢିଛି ଆଣ୍ଟିବଡ଼ି। ତୃତୀୟ ପର୍ୟ୍ୟାୟ ସେରୋ ସର୍ଭେ ପରେ ଜଗଜଉ ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଆଜି ଏପରି କହିଛନ୍ତି। ଜଗଜଉ ନିଦେ୍ର୍ଦଶିକା ଡାକ୍ତର ସଂଘମିତ୍ରା ପତିଙ୍କ ସୂଚନା କ୍ରମେ, ଭୁବନେଶ୍ୱରର ୫୦ % ଲୋକଙ୍କୁ ଛୁଇଁଛି କରୋନା, ଜୁଲାଇ ୧୧ ପ୍ରଥମ ସର୍ଭେରେ ୧.୪୧ % ଲୋକଙ୍କ ଦେହରେ ଆଣ୍ଟିବଡି, ଅଗଷ୍ଟ ୨୮ ଦ୍ୱିତୀୟ ସର୍ଭେରେ ୫.୧ % ଲୋକଙ୍କ ଦେହରେ ଆଣ୍ଟିବଡି, ଅକ୍ଟୋବର ୧୬-୧୮ ମଧ୍ୟରେ ୩ୟ ସର୍ଭେରେ ସର୍ବାଧିକ ୬୩ % ଆଣ୍ଟିବଡି । ଗତକାଲି ସୁଦ୍ଧା ଭୁବନେଶ୍ୱର ଅଞ୍ଚଳରେ ୨୮୯୮୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭୦୮୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୭୭୨ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0